💕ମୋ ସାଙ୍ଗ ସୁଚେତା, ବୀଣା ସାଙ୍ଗେ ଘରେ ନକହି ମାଗେଣାରେ ଶ୍ରୀକୃଷ୍ଣ ସିନେମା ହଲ୍ ରେ ବସି ସିନେମା ଦେଖିବାର ଅନୁଭୂତି💕

❤️କିଛି ସ୍ମୃତି (GFPSP)ଗାର୍ଲ ଫ୍ରମ ପଥୁରିଆ ସାହି ପୁରୀ ର କଲମରୁ❤️ :


ମୋ ସାଙ୍ଗ ସୂଚେତାର ବାପା ପୁରୀର ପ୍ରସିଦ୍ଧ ସିନେମା ହଲ୍ ଶ୍ରୀକୃଷ୍ଣ ଟକିଜର ମାଲିକ ଥିଲେ l ପୁରୀରେ ସେଇ ସିନେମା ହଲ୍ ଟି ଭାରି ଭଲ ଥିଲା ଆଉ ନୂଆ ମୋଡେଲରେ ତିଆରି ହୋଇଥିଲା ସେତେବେଳ l ନୂଆ ସିନେମା ଆସିବାର ଦୁଇ ବା ତିନି ସପ୍ତାହ ପର୍ଯ୍ୟନ୍ତ ପ୍ରାୟ ସବୁବେଳେ ହଲ୍ ଟି ପୁରା ଥାଏ l ତାପରେ ହଲ୍ ରେ କେତେ ସିଟ୍ ଖାଲି ରହେ l ସେଇଟା ଆମର ଗୋଲଡେନ ସମୟ l ସୁଚେତା ସିନେମା ହଲ୍ ର ଦୁଆରେ ଟିକେଟ ଆଦାୟ କରିଥିବା ଵାଲା ଲୋକ ନଟୁକୁ ଆଗରୁ କହିଥାଏ ଆମକୁ ଖବର ଦେବାକୁ କି ସିନେମା ହଲ୍ ରେ ସିଟ ଖାଲି ଅଛି ବୋଲି l ଆମେ ପଢିବା ପାଇଁ ବୀଣା ଘରେ ଏକାଠି ବସିଥାଉ l ପଢା, ପଖାଳ , ଆଚାର ଖିଆ ସବୁ ଏକାଠି ଚାଲିଥାଏ l ଯେମିତି ନଟୁ କୁ ଦେଖୁ ବୀଣା ତା ବୋଉକୁ କହେ ଆମେ ସୁଚେତା ଘରକୁ ଇଂରାଜୀ ପଢି ବାକୁ ଯାଉଚୁ l ତାଙ୍କ ଘରେ ଭଲ ଡିକ୍ସନାରୀ ଅଛି l ମାଉସୀ ଭାରି ଭଲ ଆଉ ସରଳ ଲୋକ ଥିଲେ l କହନ୍ତି ଯୁଆଡେ ଗଲେବି ସନ୍ଧ୍ୟା ପୂର୍ବରୁ ନିଜ ଘରକୁ ଫେରି ଆସିବ l


ଆମ ଘରେ ଭାଉଜ ସକାଳର ଖାଇବା ପିଇବା ସାରି ଦୁଇ ପହରେ ବିଶ୍ରାମ ନିଅନ୍ତି l ତେଣୁ ଦିନ ଗୋଟାଏରୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ସାହି ଭିତରେ କୋଉଠିକୁ ଯିବାକୁ ମନା ନଥିଲା l ତାପରେ ମୁଁ ତ ସାଙ୍ଗ ହୋଇ ପଢିବାକୁ ଯାଉଥିଲି ବୋଲି ଘରେ କେହି କିଛି କହନ୍ତିନି l ବୀଣାର ବହୁତ ସୁନ୍ଦର ଶାଢ଼ୀ ସବୁ ଥାଏ l ତାର ମନ ବହୁତ ବଡ଼ l ସବୁ ଶାଢ଼ୀ ଆମ ସାମ୍ନାରେ ଆଣି ଥୋଇ ଦିଏ l ମୁଁ ଆଉ ସୁଚେତା ମିଶି ଶାଢ଼ୀ ପିନ୍ଧି ମଡେଲ ଭଳିଆ ଚାଲୁ l ତେବେ ସୂଚେତାକୁ ଶାଢ଼ୀ ପିନ୍ଧିବା ସେତେ ଭଲ ଭାବେ ଜଣା ନଥିଲା l ଆମେ ତାକୁ ସାହାଯ୍ୟ କରୁ l ପ୍ରାୟ ରବିବାର ଦିନ ଏକାଠି ହେଉ ଆମେ ତିନି ଜଣ l ଯେତେବେଳେ ନଟୁ ଆସେ ଆମ ମୁହଁ ଆକାଶର ଚନ୍ଦ୍ର ପରି ଖୁସିରେ ନାଚି ଯାଏ l ତିନି ଜଣ ଯାକ ଯାଉ ସିନେମା ହଲ୍କୁ l ବେଶୀ ଦୂର ନଥିଲା ସିନେମା ହଲ l ସିନେମା ଆରମ୍ଭ ହୋଇଯାଇଥାଏ l ନଟୁ ଟର୍ଚ୍ଚ ଧରି ଆମକୁ ଖାଲି ପଡିଥିବା ସିଟ ଆଡ଼କୁ ନେଇ ଯାଏ l ବେଳେ ବେଳେ ଭାଗ୍ୟ ଭଲ ଥିଲେ ତିନୋଟି ସିଟ ଏକାଠି ମିଳିଯାଏ l ନହେଲେ ଅଲଗା ବସି ଯାଉ l ବାଲକୋନୀର ସିଟ ଆଉ ବିନା ପଇସାରେ l ମୁଁ ତ ଭାରି ଖୁସି ହୁଏ l


ଥରେ “ଦିଲ ଅପନା ଔର ପ୍ରୀତ ପରାୟା ” ସିନେମା ପଡିଥିଲା l ନଟୁ ଠାରୁ ଖବର ଶୁଣୁ ଶୁଣୁ ଆମେ ତିନି ଜଣ ଭାରି ଖୁସିରେ ନାଚି ଗଲୁ l ବୀଣାର ପାଉଡ଼ର, କଜଳ ଲଗେଇ ଜଲ୍ଦି ବାହାରି ଗଲୁ l ବୀଣା ବୋଉଙ୍କୁ କହିଲୁ ସୁଚେତା ଘରେ ଭଲ ଇଂଗ୍ରାଜୀ ଡିକ୍ସନାରୀ ଅଛି l ସେଇଠି ପଢ଼ିବୁ ସନ୍ଧ୍ୟା ପର୍ଯ୍ୟନ୍ତ l ମାଉସୀ ଭାରି ଭଲ ଆଉ ସରଳ ଲୋକ ଥିଲେ l କହୁଥିଲେ ଯୁଆଡେ ଗଲେବି ସନ୍ଧ୍ୟା ପୂର୍ବରୁ ଘରକୁ ଫେରି ଆସିବ l


ସେଦିନ ଆମ ପାଇଁ ସିନେମା ହଲରେ ତିନୋଟି ସିଟ ଏକାଠି ନଥିଲା l ବୀଣା ଆଉ ସୁଚେତା ପାଖାପାଖି ଦୁଇଟି ସିଟ ରେ ବସିଲେ l ମୁଁ ତିନି, ଚାରି ଧାଡି ଛାଡି ଗୋଟିକିଆ ସିଟରେ ବସିଲି l ଭାରି ଖୁସି ଆଉ ଉଦବେଗ ଲାଗୁଥିଲା l ମିନା କୁମାରୀ ଆଉ ରାଜ କୁମାର ସେ ଫିଲ୍ମ ରେ ଅଭିନୟ କରିଥିଲେ l ମିନା କୁମାରୀ ନର୍ସ ହୋଇଥିଲେ ଘରର ପରିସ୍ଥିତି ନେଇ l ରାଜ କୁମାର ଡାକ୍ତର ହୋଇଥିଲେ l ଦୁହେଁ ପରସ୍ପରଙ୍କୁ ଚାହିଁ ବି ଏକାଠି ହେବାର ପ୍ରଶ୍ନ ନଥିଲା l ଆମ ଆଡର ସିନେମା ପରି ପ୍ରେମଟା ଦୁଃଖରେ ଭରି ହୋଇ ଥିଲା l ହଠାତ୍ ଲାଇଟ ଜଳିବା ଆରମ୍ଭ ହେଲା ଆଉ ଚିନାବାଦାମ ଵାଲାର ଡାକିବା ଶୁଣିଲି l ଇଂଟରମିସନ ଆସିବା ଜାଣି ମୁଁ ସୁଚେତା ଆଉ ବୀଣା ବସିଥିବା ଜାଗାକୁ ଯିବା ପାଇଁ ଉଠିଲି l

ହଟାତ୍ ତଳୁ ଗୋଟିଏ ଛୋଟ ପିଲାର କାନ୍ଦିବା ଶୁଣି ତଳକୁ ଅନେଇଲି l ଆମ ସାହିର ଦେବନ ଭାଇ ସେଠି ବସିଥିବାର ଦେଖିଲି l ସିଏ ଉପରକୁ ମୋ ଆଡ଼କୁ ଅନାଇବାର ଦେଖିଲି l ତାଙ୍କୁ ଦେଖି ମୁଁ ଡ଼ରି ଗଲି l ଦେବନ ଭାଇ ମୋ କୁନା ଭାଇନାର ବଡ଼ ସାଙ୍ଗ l ନିଶ୍ଚୟ ଭାଇନାକୁ କହିବେ ମୁଁ ସିନେମା ଯାଇଥିଲି ବୋଲି l ମୁଁ କିଛି ନଭାବି ଭିଡ଼ରୁ ଆଡେଇ ହୋଇ ଡିଆଁ ମାରି ବାହାରକୁ ଆସିଲି l ହରିଣ ବାଘକୁ ଦେଖି ଦୌଡିଲା ପରି ମୁଁ ଦୌଡ଼ି, ଦୌଡ଼ି ଆସି ଆମ ପଥୁରିଆ ସାହି ହାତଯୋଡ଼ି ଠାକୁରାଣୀଙ୍କ ଦେଉଳ ପାଖେ ପହଂଚିଲି l ସେଠି ମୁଣ୍ଡିଆ ଟିଏ ମାରି ହାତ ଯୋଡି କହିଲି ମା, ମୁଁ କାଲି ଘିଅ ଦୀପ ଟିଏ ଜଳେଇବି ଆଉ ନାଲି ମନ୍ଦାର ଫୁଲଟିଏ ଚଢେଇବି ତୁମ ପାଖରେ l ଦେବନ ଭାଇ ମତେ ନଦେଖି ଥାଆନ୍ତୁ l


ମନେ, ମନେ ଭାବୁ ଥାଏ ସୁଚେତା ଆଉ ବୀଣା ମତେ ନିଶ୍ଚୟ ଖୋଜିବେ ? ତେବେ କୁନା ଭାଇନା ଜାଣିଲେ କାଳେ ମତେ ମାରିବ ଭାବି ଚୁପ ରହିଲି l ଏବ ଭଳି କଣ ସେତେବେଳେ ଫୋନ ଥିଲା ଯେ ରିଙ୍ଗ କରି କହି ଦେଇ ଥାଆନ୍ତି? ରାତି ସାରା ଅନେଇ ଥାଏ ସକାଳ ହେଲେ ଯାଇ ସୂଚେତାକୁ କହି ଦେବି l ତା ଘର ଆମ ଘରଠୁ ବେଶୀ ଦୂର ନଥିଲା l ପର ଦିନ ସୁଚେତା ମତେ ତାଙ୍କ ଦୁଆରେ ଦେଖି ପଚାରିଲା , ତୁ ଅଦ୍ଭୁତ ସାଙ୍ଗ l ଆମେ ତତେ କେତେ ଖୋଜିଲୁ? କୁଆଡେ ଗାଏବ୍ ହୋଇଗଲୁ ? କହିଲୁନି ଆମକୁ କିଛି ? କେମିତି ସାଙ୍ଗ ତୁ ? ମୁଁ କାନ୍ଦି ପକେଇଲି ଆଉ ତାକୁ କହିଲି ସବୁ କଥା l ସୁଚେତା ର ମନ ଭାରି କୋମଳ l ମତେ ଡାକି ନେଇ କହିଲା ଠିକ ଅଛି l ଗଲାଣିତ ଗଲା କଥାତ ଚନ୍ଦୁ , ଆଉ ବେଶୀ ଭାବେନି ! ଚାଲେ ବରକୋଳି ଖାଇବା l


ଅନେକ ଦିନ ପରେ ମୁଁ ମୁମ୍ବାଇ ରୁ ଆମ ଘରକୁ ଯାଇ ଥିଲି l ଦେବନ ଭାଇ ଭଲ ଖଡି ମୂର୍ତି ତିଆରି କରନ୍ତି l ସେମାନେ ପଥୁରିଆ ଘର ଲୋକ l ଭାବିଲି ତାଙ୍କଠୁ ମୂର୍ତି କେତୋଟି କିଣି ନେବି ଘର ସଜାଇବା ପାଇଁ l ମତେ ସିଏ ତାଙ୍କ ଗଢା ସବୁ ଭଲ, ଭଲ ମୂର୍ତି ଦେଖେଇଲେ l ମୁଁ ଦୁଇଟି ମୂର୍ତି ବାଛିଲି l ମୂର୍ତି ଦୁଇଟିକୁ କାଗଜରେ ଯତ୍ନରେ ବାନ୍ଧିଲା ପରେ କହିଲେ ଏଇ ନେ l ମୁଁ କେତେ ପଇସା ଦେବି ବୋଲି ପଚାରିଲି l ମତେ ଅନାଇ କହିଲେ ଚନ୍ଦୁ ସତରେ ତୁ ସେଦିନ ସିନେମାରେ ନଥିଲୁ? ମୁଁ ହସି କହିଲି ହଁ, କିନ୍ତୁ ତୁମକୁ ତଳେ ଦେଖି ମୁଁ ଅଧାରୁ ଘରକୁ ଦୌଡ଼ି ଫେରି ଆସିଲି l କାଳେ ଭାଇନାକୁ କହି ଦେବ ବୋଲି l ମାଡ଼ ପଡି ଥାଆନ୍ତା ? ଭଲ ଫିଲ୍ମ ଅଧା ଦେଖିଲି ତୁମ ଯୋଗୁ l


ପଇସା ଦେଲା ବେଳେ ଦେବନ ଭାଇ କହିଲେ ନାଁ ପଇସା ଆଉ କଣ ନେବି , ସେ ପଇସାରେ ଆଉ ଥରେ ତୁ ଜୋଇଁ ଙ୍କ ସହିତ ସେ ଫିଲ୍ମ ଟା ଦେଖି ଯିବୁ l ତାଙ୍କ ସଂଗେ ମୋର ଆଉ କେବେ ଦେଖା ହୋଇନି l ଯେତେବେଳେ “ଦିଲ ଅପନା ପ୍ରୀତ ପରାଏ ” ର ଗୀତ ଶୁଣେ ବା ସେ ଫିଲ୍ମ ଦେଖେ ସୁଚେତା, ବୀଣା ଆଉ ଦେବନ ଭାଇ ମନେ ପଡି ଯାଆନ୍ତି l ମୂର୍ତି ଯୋଡିକ ମୁଁ ଆମେରିକା ମୋ ସଂଗେ ଆଣି ରଖିଛି ପିଲା ଦିନର ସେ ସରଳ ସ୍ମୃତି ସବୁ ମୋ ମନରେ ସାଇତି ରଖି ପାଠକ , ପାଠିକା ମାନଙ୍କ ପାଇଁ ଗପ ଲେଖେ l ଆଶା ଭଲ ଲାଗିବ ପଢିବାକୁ l

ଜନ୍ମ ଦିନର ଶୁଭେଚ୍ଛା ମଉସା (GFPSP). Girl From Pathuria Sahi, Puri.

  ଜନ୍ମ ଦିନର ଶୁଭେଚ୍ଛା ମଉସା

From: (GFPSP) Girl From Pathuria Sahi, Puri.

ଆଜି ମୋର ଆଉ ଆମ ସମସ୍ତଙ୍କର ପ୍ରିୟ କବି ମାୟାଧର ମାନସିଂହଙ୍କର ଜନ୍ମ ଦିନ lତାଙ୍କର ଧୂପ କବିତା ବହିଟି ପଢିବାର ଇଛା ଓ ସଙ୍ଘର୍ଷ ମୁଁ ଆଗରୁ ଲେଖିଛି l ଆଜି ପୁଣି କବିଙ୍କ କଥା ମନେ ପକାଇ ମୋର ଏଇ ଉପହାରଟି ପୋଷ୍ଟ କଲି l

କବିତା ଆଉ ଗଳ୍ପ ପଢିବା ପାଇଁ ମୁଁ ସବୁବେଳେ ଇଛୁକ ଥିଲି। ବେଶୀକରି ପ୍ରେମି ଓ ପ୍ରେମିକାଙ୍କ ମିଳିବା ଆଉ ବିସନ୍ଧି ହେବାର କବିତା ମତେ ବହୁତ ଭଲ ଲାଗେ। ଖରାଦିନେ ମୁଁ ଆମ ବାଡ଼ି ଆଡ଼ ଚାଉଳିଆ ଗଛର ଡାଳରେ ଚଢି ବହିଖଣ୍ଡେ ଧରି ବସିଯାଏ। ପ୍ରାୟ ୪ ବା ୫ ଘଂଟା କେମିତି କଟିଯାଏ ଜଣା ପଡ଼େନି। କବିତା ପଢିଲା ବେଳେ ମୁଁ ମନେ ମନେ କବିତାର ନାଇକା ହୋଇଯାଏ ନହେଲେ କୋଣାର୍କର ମୂର୍ତି ହୋଇଯାଏ। କେବେ କେବେ କାହାର ମା ବା ଭଉଣୀ ହୋଇଯାଏ। ଏଭଳି କଳ୍ପନା କରି ମୋ ମନରେ ଯାହା ସବୁ ଇଛା ଥାଏ ତା ପୂରଣ କରେ। ଥରେ ମୁଗଲେ-ଆଯାଦ ସିନେମା ଦେଖିଲା ପରେ ଭାବିଲି ରାଜାଙ୍କ ପ୍ରେମିକା ହେଵା ଭାରି କଷ୍ଟ କିନ୍ତୁ ପ୍ରେମ ହେଲେ ଏମିତି ହେଲେ ଭଲ। ପୁଣି ନିଜେ ଉତ୍ତର ଦିଏ କାହିଁକି ଭଲ? ଭାବେ ସଲିମ ସାଙ୍ଗେତ ବସିବି। ନର୍ତ୍ତକୀ ମାନେ ନାଚୁ ଥିବେ ଓ ବହୁତ ଜେର୍ଲସ ହେଉଥିବେ ଯେ ମୁଁ ରାଣୀ ହୋଇ ବସିଛି, ବିଚରା ସେମାନେ ନାଚି ନାଚି ଥକୁଛନ୍ତି। ଅନାରକଲି ବିତ ସେମାନଙ୍କ ଭଳି ନର୍ତ୍ତକୀ ଥିଲା। ଏବେ ଭାବୁଛି ଏଇ ଜେର୍ଲସ ହଵା ଆଉ ଅଭିମାନ କରିବା ଗୁଣଟି ମୋ ଭିତରେ ବର୍ତ୍ତମାନବି ଭର୍ତି ହୋଇ ଅଛି। ନହେଲେ କିଏ ମୋ ପୋଷ୍ଟ ନପଢିଲେ ମୋ ମନରେ ଏତେ କୋହ କାହିଁକି ହୁଏ? ରାଗି ବି ଯାଇ ଅଭିମାନ କରେ। ବାରମ୍ବାର ଯୁମ୍ବା ଡାନ୍ସ କ୍ଲାସରେ ୱାଟର ବ୍ରେକ ବେଳେ ଫୋନ୍କୁ ଦେଖେ? ଭାବେ କାଳେ ମୋ ଲେଖାରେ କିଏ ଇମୋଜୀ ବା କମେନ୍ଟ ଛାଡ଼ିଥିବ? ଛାଡ଼ ସେ ସବୁ, ମୁଁ ତ ମନେପକାଉଛି ଆଜି ମୋର ସବୁଠୁ ଫେଂଵ ଲେଖକ ମାୟାଧର ମାନସିଂହଙ୍କୁ। ସିଏ ଲେଖିଥିବା ଧୂପ କବିତା ବହି ପଢିବା ପାଇଁ ମୋର ବହୁତ ମନ ଥିଲା। ଆସନ୍ତା କାଲି ପତ୍ରିକା ରେ ଧୂପ କବିତା ବହି ର ଗୋଟିଏ, ଦୁଇଟା କବିତା ପଢିଲା ପରେ ଭାବିଲି କେମିତି ହେଲେ ଵହିଟା ପୁରା ପଢ଼ିବି।

ଆମ ସାଇ ଯାଡୁଆଣି ଲାଇବ୍ରେରୀ ରେ ସେଇ ବହିଟି ନଥିଲା। ସମୁଦ୍ର କୁଳ ରାମକୃଷ୍ଣ ଲାଇବ୍ରେରୀ ଦୂରରେ ଥିବା ଯୋଗୁ ବାପା ଛାଡ଼ିବେନି। ଭାବିଲି, ଯଦି ପଢା ବହି ହୋଇ ଥାଆନ୍ତା ତାହାଲେ ଅବା ଭାଇନା ସାଙ୍ଗେ ଯାଇ ପାରନ୍ତି। ବାପା ତ କବିଙ୍କ ପ୍ରେମ କବିତା ପଢିବା କଥା ଶୁଣିଲେ ବହୁତ ଚିଡ଼ିବେ। ଖରା ଛୁଟି ନିକଟ ହୋଇ ଆସୁଥାଏ। ମୋ ସାଙ୍ଗମାନେ କିଏ କିଏ ତାଙ୍କ ଗାଁ କୁ ବୁଲିବାକୁ ଯିବାର କଥା କହୁଥାଆନ୍ତି। ମୋ ସାଙ୍ଗ ବାସନ୍ତୀ ଉଷା ସିଲେଇ କ୍ଲାସ ରେ ସିଲେଇ ଶିଖିଵ ବୋଲି କହୁ ଥିଲା। ମୂଁ କିଛି ଉପନ୍ୟାସ ଆଉ କବିତା ପଢିବାକୁ ଭାବୁଥିଲି । ମତେ ପିଲାଦିନୁ ଗପ ଓ କବିତା ବହି ପଢିବାକୁ ଭଲ ଲାଗେ। ଏବେବି ସେଇ ଅଭ୍ୟାସ ଛାଡ଼ିନି। ଘରେ ଆଉ କିଛି ପଛେ ନଥାଉ, ବହି ଗୁଡ଼ାଏ ଅଛି।

ଧୂପ ବହିଟିର ମୂଲ୍ୟ ସେତେବେଳେ ୮ ଅଣା ଥିଲା। ମନେ ମନେ ଭାବିଲି ବଡ଼ ଭାଇନାକୁ କହିଲେ ହୁଅନ୍ତା। କିନ୍ତୁ ସିଏତ ବୋଧେ ସେପ୍ଟେମ୍ବର ମାସରେ ଆସିବେ ବୋଲି କହୁଥିଲେ । ଖରା ଛୁଟିତ ସରିଯିବ। ଏବ ଭଳିଆ ଫୋନ ର ସୁବିଧା କାହାରି ନଥିଲା। ଚିଠି ଲେଖିଲେ ଡେରି ହୋଇପାରେ ଓ ବାପା ପଚାରି ପାରିବେ କଣ ପାଇଁ ଚିଠି ଲେଖୁଛୁ? ସବୁଦିନ ମନରେ କିଛି ଉପାୟ କରିବାକୁ ଭାବେ, କେମିତି ୮ ଅଣା ଏକାଠି କରିବି ଆଉ ବହିଟା କିଣିବି।

ଅରକ୍ଷିତଙ୍କୁ ଦଇବ ସାହା। ଆମର ବାହାର ନଳରୁ ପାଣି ପିଇବା ପାଇଁ ଆସେ। ବାକି ସବୁ କାମ ଘର କୂଅ ପାଣିରେ ହୁଏ। ମୁଁ ସବୁ ଦିନ ଦୁଇ ବା ତିନି ଗରା କଳ ପାଣି ବାହାରୁ ଆଣେ ପିଇବା ପାଇଁ । ସେଇଟା ଆଉ ଠାକୁରଙ୍କ ପାଇଁ ଫୁଲ ତୋଳିବା ମୋର କାମ ଥିଲା। ପାଣି ଗରାରେ ଭର୍ତି କଲା ବେଳେ ମୋ ସାଙ୍ଗ ବାସନ୍ତୀ କହିଲା ଚନ୍ଦୁ, ଜାଣିଚୁ ଟିକି ନାନୀଙ୍କ ଗୋଡ଼ ଭାଙ୍ଗି ଯାଇଛି। ସିଡିରୁ ଖସି ଗଲେ ଶୁଖିଲା ଲୁଗା ତାରରୁ କାଢୁ କାଢୁ। ଟିକି ନାନୀଙ୍କ ଘରେ ଆଉ କେହି ନଥାନ୍ତି। ଘର କାମ ତାଙ୍କର ଠିକା ଚାକିରାଣୀ କରିଦିଏ। ସିଏ ନିଜେ କଳରୁ ପାଣି ନିଅନ୍ତି। ରୋଷେଇ ବି ସିଏ ନିଜେ କରନ୍ତି । ଏକଥା ଶୁଣି ମନଟା ଭଲ ଲାଗିଲାନି।ମୁଁ ତାଙ୍କ ପାଇଁ କେବେକେବେ ପାଣି ଆଣି ଦଉଥିଲି। ଭାବିଲି ପଚାରି ଆସିବି ଯଦି କଣ ଦରକାର ହୁଏ ମତେ କହିବେ ବୋଲି। ମତେ ଦେଖି ଟିକି ନାନୀ କହିଲେ ଚନ୍ଦୁ ତୁ ଆସିଲୁ ଭଲ କଲୁ। ମୁଁ ତୋ କଥା ଭାବୁଥିଲି। ମତେ କିଛିଦିନ ତୁ ପାଣି ଆଣି ଦବୁ। ମୁଁ ସଙ୍ଗେ ସାଙ୍ଗେ ରାଜି ହୋଇ ଗଲି। ଆମର କଥା ହେଲା ୩ ବାଲ୍ଟି ପାଣି ପାଇଁ ସିଏ ମତେ ଗୋଟିଏ ଅଣା ଦେବେ। ତାଙ୍କ ଘର ଟିକିଏ ଦୂର ଥିଲା ବାହାର ନଳ ଥିବା ଜାଗାରୁ। ତେବେବିମୁଁ ଖୁସି ହୋଇଗଲି ଯେ ଏଥର ଧୂପ ବହିଟି କିଣି ପାରିବି। ଜୁନ ମାସରେ ଖରା ବହୁତ। ତଥାପି ମୁଁ ୮ ଦିନ ଏକାଦିକ୍ରମେ ପାଣି ନେଇ ଟିକି ନାନୀଙ୍କ ଘରେ ଦେଲି। ପ୍ରାୟ ଅଧ କିଲୋମିଟର ଦୂର ତାଙ୍କ ଘର ଥିଲା। ଆମ ଘର ପାଇଁ ୩ ଗରା ପାଣି ଆଉ ତାଙ୍କ ଘର ପାଇଁ ସେତିକି ପାଣି ଟେକି ନେଲା ବେଳକୁ କଷ୍ଟ ହେଉଥିଲା । ଜୁନ ମାସର ଖରାରେ ଦେହ ଝାଳ, ନାଳ ହୋଇ ଯାଉଥିଲା l

ତେବେ ଯେତେ ବେଳେ ଭାବିଲି ମୁଁ ଧୂପ ଵହିଟା କିଣି ପଢ଼ିବି ବୋଲି ମୁଁ ସବୁ ଭୁଲିଯାଏ। ଆଠ ଦିନ ପରେ ଟିକି ନାନୀଙ୍କ ଗାଁ ରୁ କିଏ ଜଣେ ଲୋକ ଆସି ରହିଲେ ତାଙ୍କ ପାଖେ ସାହାଯ୍ୟ କରିବାକୁ। ସେଇ ଦିନ ଟିକି ନାନୀ ତାଙ୍କ କାନିରେ ବନ୍ଧା ହୋଇଥିବା ଗଣ୍ଠିରୁ ଗୋଟିଏ ଆଠଣି କାଢି ମୋ ହାତକୁ ବଢ଼େଇ ଦେଲେ। କହିଲେ ରଖ, ଚେନାଚୁର ଆଉ ମିଠେଇ ଖାଇବୁ। ମୁଁ ମୁଣ୍ଡ ତଳକୁ କରି କହିଲି, ନାଇଁ । କବି ମାନସିଂହ ଙ୍କର ବହି ଖଣ୍ଡେ କିଣିବି ବୋଲି ଠିକ କରିଛି। ଟିକି ନାନୀ ମୋ ମୁଣ୍ଡରେ ହାତ ବୁଲେଇ କହିଲେ, ମା ଛେଉଣ୍ଡ ପିଲାଟା କଥା କିଏ ବୁଝୁ ନାହାନ୍ତି। ମୁଁ ଭୋକିରି କାନ୍ଦି ପକେଇଲି । ଭାବିଲି ସତରେ ବୋଉ ଥିଲେ ନିଶ୍ଚେ କବିତା ବହି ଖଣ୍ଡକ କିଣି ଦେଇ ଥାଆନ୍ତା। ତାପରେ ହସି କହିଲି ଆଜି ବଡ଼ଦାଣ୍ଡ ଯାଇ ଵହିଟା କିଣି ଆଣିବି। ଖରା ଛୁଟି ଆଉ ସପ୍ତାହେ ଥିଲା।

ସେ ଗ୍ରୀଷ୍ମ ଛୁଟିଟା ମୋର ବହୁତ ଭଲରେ କଟିଲା। ସବୁ ଦିନ ଦ୍ବି ପହରେ ଚାଉଳିଆ ଗଛରେ ଚଢି ଚାଉଳିଆ ଖାଏ ଆଉ ଧୂପ ବହିରୁ କବିତା ପଢେ। ମୋର ସେ କବିତା ସବୁ ଏବେବି ମନେ ଅଛି। ବହୁତ ଦିନ ପରେ ଧୂପ ବହିଟି ଆମେରିକାରେ ପୁଣି ଛପା ହେଲା ଆଉ ଜଣେ ମତେ ସେ ବହିଟି ଉପହାର ଭାବରେ ଦେଲେ । ପୁଣି ବହିର ପୃଷ୍ଠା ଗୁଡିକ ଓଲଟାଇ ଛୁଇଁଲି। କିନ୍ତୁ ସେ ପୁରୁଣା ମ୍ୟାଜିକ ଅନୁଭବ ହେଲାନି। ଭାଇଲି ବୋଧେ ସେତେବେଳେ ମୁଁ ଛୋଟ ଥିଲି ଆଉ ସବୁ କଥା ରେ ପ୍ରେମ, ଉମଂଗ ରହିଥିଲା। ଜୀବନ ଜଞ୍ଜାଳରେ ଏବେ ମୁଁ ଆଉ ସେତେ କବିତା ପଡ଼ୁନି। ଆଉ ଅନାରକଲି ବା ନାଇକା ହେବାର ସ୍ବପ୍ନ ନାହିଁ । ସେ ସବୁ ଆମ ପଥୁରିଆ ସାହିରେ ଛାଡି ଆସିଲି l

ଆଜି ମାନସିଂହ ଙ୍କ ସାହିତ୍ୟ ଆଲୋଚନା ଶୁଣି ଏଇ କଥାଟି ପୁଣିଥରେ ପୋଷ୍ଟ କଲି ମୋର ପିଲା ଦିନର ସ୍ମୃତିରୁ l Happy BD Mausa l

—-ମନେ ପଡେ ମୋ ସ୍ମୃତିରୁ:ପଣା ସଂକ୍ରାନ୍ତି ଆଉ ପଣା ପିଇବାର ଅନୁଭୂତି —

ଲେଖିକା : ଚନ୍ଦ୍ରା ମିଶ୍ର (GFPSP) Girl From Pathuria Sahi Puri

ଆଜି ମୋ ସାଙ୍ଗ ସରୋଜିନୀଙ୍କର ଫେସବୁକରେ ପୋଷ୍ଟଟିଏ ଦେଖିଲି ପଣା ସଂକ୍ରାନ୍ତି ବିଷୟରେ l ତାଙ୍କ ସାଙ୍ଗେ କଥା ହେଲା ପରେ ଜାଣିଲି ଆମେ ଏକl ସ୍କୁଲ ରେ ପଢିଥିଲୁ l ତାଙ୍କର  ପୋଷ୍ଟ କରିଥିବା ଫଟୋ  ପଣା ସଂକ୍ରାନ୍ତି ପାଇଁ  ଦେଖି ମୋର ମନେ ପଡିଲା ମୋର ପଣା ସଂକ୍ରାନ୍ତି ରେ ପଣା ପିଇବା କଥା l ମୁଁ ବୋଧେ ସେତେବେଳେ ଦଶ  ବର୍ଷର ହୋଇଥିବି। ଆମ ପଥୁରିଆ ସାହିରେ ସବୁ ବେଳେ ପଣା ହୁଏ ବିଷୁବ ସଂକ୍ରାନ୍ତି ଦିନ ଆଉ ମହାବୀର ହନୁମାନଙ୍କୁ ଭୋଗ ଭାବରେ ପଣା ଦିଆଯାଏ । ସବୁବେଳେ ଦୁଇ ପ୍ରକାର ପଣା ହୁଏ । ଛୋଟ ହାଣ୍ଡିରେ ପଣା ପିଲା ମାନଙ୍କ ପାଇଁ ଆଉ ବଡ଼ ହାଣ୍ଡିଏ ପଣା ବଡ଼ ଲୋକଙ୍କ ପାଇଁ। ସାହି ପିଲାମାନେ ସମସ୍ତେ ଏକାଠି ହୁଅନ୍ତି ପଣା ପିଇବା ପାଇଁ, ଆଉ ଭାରି ମଜା ହୁଏ ସାହିରେ l ସେ ବର୍ଷ ସଂକ୍ରାନ୍ତି ଦିନ  ମୋର ପେଟ ଖରପ ଥିଲା! ତେଣୁ ମୁଁ ଘରେ ଶୋଇ ପଡ଼ିଥିଲି ।ସନ୍ଧ୍ୟା ବେଳକୁ ଉଠି  ଦେଖିଲି ସମସ୍ତେ ଘରୁ ଦିଅଁଙ୍କ ପୂଜା ପାଇଁ ମନ୍ଦିର କୁ ଚାଲି ଯାଇ ଥିଲେ ।

ହଠାତ୍ ମୋ ନିଦ ଭାଙ୍ଗି ଗଲା।ଘରେ କିଛି ଟିକିଏ ଶବ୍ଦ ନଥିଲା l ମୁଁ ଉଠି ଦେଖିଲି କେହିଘରେ ନାହାନ୍ତି । ମୋର ମନେ ପଡିଗଲା ଆଜି ପଣା ସଂକ୍ରାନ୍ତି ଆଉ ସମସ୍ତେ ଯାଇ ଥିବେ ପଣା ଭୋଗ ଲଗାଇବାକୁ ? କାଳେ ପଣା ସରିଯିବ ବୋଲି ମୁଁ ମୁହଁ ନଧୋଇ ଖାଲି ପାଦରେ ଦୌଡ଼ି , ଦୌଡ଼ି  ଜାଗା ଘର ପର୍ଯ୍ୟନ୍ତ ଗଲି ଯୋଉଠି ମହାବୀର ହନୁମାନଙ୍କ  ମନ୍ଦିର ଥିଲା l ବୋଧେ ସେଠି କଣ ଗୋଟେ କୁସ୍ତି, କସରତ ହେବାର ଦେଖାଯାଉଥିଲା। ମତେ ଭାରି ଶୋଷ ହେଉଥିଲା। ଆମ ସାହି ପଦି ନାନିକୁ ପଚାରିଲି ପାଣି ଅଛିକି ? ସିଏ କହିଲା ନା କିନ୍ତୁ ଭିତରକୁ ଯାଇ ସର୍ବତ ପିଇଦେ। ଭୋଗ ହେଇ ସାରିଲାଣି , ତୁ ଥିଲୁ କୋଉଠି ଏ ପର୍ଯ୍ୟନ୍ତ? ମୁଁ ତ ସବୁବେଳେ ଭାରି ତରତରି ଆଉ ଭୋକ , ଶୋଷ ଜମା ସମ୍ଭାଳି ପାରେନି । ଦୌଡ଼ି ଯାଇ ଦୁଆର ଖୋଲି ବଡ଼ ହାଣ୍ଡିରୁ ପିତଳ ଗିଲାସରେ ଗିଲାସେ ପଣା ଢକ,ଢକ କରି ଏକା ନିଶ୍ୱାସରେ ପିଇଦେଲି । ତାପରେ ଆସି ବାରଣ୍ଡାରେ ସମସ୍ତଙ୍କ ସାଙ୍ଗେ ବସିବାକୁ ଚେଷ୍ଟା କଲି। କିନ୍ତୁ ପାଞ୍ଚ ମିନିଟ ପରେ  ମୋ ମୁଣ୍ଡ କୁକୁଡ଼ା ମୁଣ୍ଡ ପରି ଭଳି ଘିରି, ଘିରି ବୁଲିବାକୁ ଲାଗିଲା ।ମତେ ସବୁ ଜିନିଷ ଉପର, ତଳ ଆଉ ଚକ୍ର ବୁଲିଲା ପରି ଦେଖା ଗଲା l ବାରଣ୍ଡାରେ ବସିବା ପାଇଁ ଚେଷ୍ଟା କଲେବି ସେଠି ତଳେ ପଡ଼ିବାକୁ ଆରମ୍ଭ କଲି ।ମତେ ସବୁ ଜିନିଷ ଦୁଇଟା ବୋଲି  ଦେଖା ଯାଉ ଥିଲା।ବାରଣ୍ଡା ନଥିବା ଜାଗାରେ ବସିବାକୁ ଯାଉଥିଲି ବୋଧେ !!

ପଦି ନାନୀ ମତେ ତଳେ ପଡ଼ିବାର ଦେଖି ପଛରୁ ଦଉଡି ଆସି କହିଲା,  ଆଲୋ ଚନ୍ଦୁ ତୁ ବୋଧେ ବଡ଼ ହାଣ୍ଡିର ସର୍ଵତ୍ ପିଇ ଦେଇଛୁ, ଭାଙ୍ଗ ଯୋଉଥିରେ ଥିଲା ? ସିଏ ମୋ କୁନି ନାନୀକୁ ବଡ଼ ପାଟିରେ ଡାକ ପକେଇଲା l ଦୁହେଁ ମିଶି ମତେ କୂଅ ପାଖକୁ ଭିଡି ନେଲେ ।କୁନି ନାନୀ ପାଣି ତର ତରରେ କୂଅରୁ କାଢି ବାଲ୍ଟି ରେ ଦେଲା ପଦି ନାନୀକୁ ! ମୋ ମୁଣ୍ଡରେ ସିଏ ପାଣି ଢ଼ାଳିଲା। କେତେ ବାଲ୍ଟି ପାଣି ଢ଼ାଳିଲା ମୁଁ କିଛି ଜାଣିନି l  ସେଠୁ  ଘରକୁ ଆସି ସିଧା ସେଜରେ ଶୋଇଲି। ରାତି ଆଠଟା ବେଳେ ଉଠିଲି ।ମୁଣ୍ଡ ଭାରି  ଲାଗୁଥିଲା କିନ୍ତୁ ଘିରି, ଘିରି ବୁଲେଇବା ବନ୍ଦ ହୋଇଯାଇଥିଲା l 

ବାପାଙ୍କୁ କିଏ ଯାଇ କହିଦେଲା ଯେ ଚନ୍ଦୁ , ଭାଙ୍ଗ ମିଶା ପଣା ପିଇ ଦେଇଛି l ବାପା ପୁରା କାରଣଟା ନ ଶୁଣି, ନଜାଣି  ଭାଉଜ ଙ୍କୁ କହିଲେ ଆଜିଠାରୁ ତାର ପଣା ପିଇବାପାଇଁ ଯିବା ବନ୍ଦ l ମତେ ଶୋଇ ଥିବାର ଦେଖି କିଛି ପଚାରିଲେ ନାହିଁ,  ନହେଲେ ମୋ ଉପରେ ନିଶ୍ଚୟ ରାଗି  ଥାଆନ୍ତେ l ଭାଉଜ ବାପାଙ୍କୁ କହିଲେ, ତାଙ୍କର କିଛି ଦୋଷ ନାହିଁ l ସିଏ କେମିତି ଜାଣିବେ କୋଉ ହାଣ୍ଡି ପଣା ଟା କାହାପାଇଁ  ତିଆରି ହୋଇ ରଖା ଯାଇଛି ?

ସେଇଟା ହେଲା ମୋ ପଣା ସଂକ୍ରାନ୍ତିରେ ପଣା ପିଇବାର ଅନୁଭୂତି। ପଣା ପିଇଲା ପରେ ସେଦିନ ଦୁଇଟି ପିଣ୍ଡା, ଦୁଇଟି ପଦି ନାନୀ ଆଉ ଦୁଇଟି ହନୁମାନଙ୍କୁ ଦେଖିଥିଲି l ଏବେ ଯେବେ  ପଣା ସଂକ୍ରାନ୍ତି ଆସେ ଆଉ କିଏ ପଣା  ଦିଅନ୍ତି ସେ କଥା ମନେ ପଡିଜାଏ l ଆଉ ମୁଁ ଚେଷ୍ଟା କରେ ପଣା ନପିଇବାକୁ ଢକ ଢକ କରି l ପଚାରେ ଏଇ ପଣାରେ କଣ ପଡିଛି? ଭାଙ୍ଗ  ,ଫାଙ୍ଗ କିଛି ନାହିଁତ ପଣାରେ ? ଲୋକମାନେ ପଚାରନ୍ତି ମାନେ ? ମୁଁ ହସି କହେ ନାଁ କିଛି ନୁହେଁ , ସେଇଟା କେବଳ ଆମ ପୁରୀ ଲୋକ ହିଁ ବୁଝି ପାରିବେ !!

03Jan 2021

ଲେଖିକା : GFPS (ଗାର୍ଲ ଫ୍ରମ ପଥୁରିଆ ସାହି)

Days and Moments of All Our 50 years!!!!

जब कोई बात बिगड़ जाये / Jab Koi Baat Bigad Jaye – Jurm – Kumar Sanu

The song was chosen by Moonmoon Tongia

Yesterday in a gathering one of my friends asked me, if I had an arranged marriage? My answer to her was, yes and we are now married for 50 years. Her question kept me thinking and made me post this today: An arranged marriage is a type of marital union where the bride and groom are selected by individuals other than the couple themselves, particularly by family members such as the parents. In some cultures, a professional matchmaker may be used to find a spouse for a young person. Arranged marriages have historically been prominent in many cultures. The practice remains common in many regions, notably South Asia, though in many other parts of the world the practice has declined substantially during the 19th and 20th centuries.

My parents and family made the match for me and at that time this was the way marriages happened in India. We had limited help from our extended family. We’ve grown old together now, seen each other like friends amidst plenty of ups and downs…I’m grateful to our families for bestowing me with a life partner who has supported me through thick and thin. He has ensured that I pursued my dreams, with him by my side. Posting for you all a photo of two trees in a background where the trees are grown together in nature side by side and thrive. It was not a match made in heaven, but as you know, “opposites attract” and the rest is history!!!

An evening with Sax Jugalbandi-Confluence at Bharatiya Temple

Yeh Ishq Hai [Full Song] Jab We Met — Kareena Kapoor, Shahid Kapoor

Music is an aural art. Music is a language. Yesterday evening, I had an opportunity to listen to Sax Jugalbandi-Confluence at our temple where we are celebrating Ganapati festival from Sept 2-12. Every evening we have the good luck to sit and enjoy dance, classical music or drama. Last night when I was listening to the artists, it took me to another world. I tried to pinch myself few times to make sure that I am in this world. I had such a wonderful relaxing experience that I felt like I was on top of the world.

Listening to the artists, I enjoyed stimulates the release of dopamine that made me feel rewarded. Being an active person, I am always drawn to dance music. It helps me to solve problems, elevate mood or proof reading tons of medical documents which I do for my daily work. There is no such thing like magic habit wand for our happiness. Thru my writing I have created an external and internal environment that has allow me to thrive.  I am very brief today with my post. Pl see the link for a dance song I chose for you all above. How does music boost your mood, to feel happier and more relaxed? I would love to hear your thoughts. Please comment if you can.

Celebration of Nua Khai

Dance at Nuakhai Festival

Yesterday, Nuakhai and steps: A big thank you to all my friends and for those who wished me “Nua Khai” yesterday. Now it’s time to pay tributes to the Gods & Goddesses. A time to pay tribute to mother earth, and the much awaited Juhar time among families, friends. I have opted to take more steps on my daily routine after this special day. So I feel lighter and encouraged to pursue my healthy living. No khiri or Puri for me and my husband to celebrate this day. We both ate left overs from delicious meal I made for my husband’s birthday. My hope for me and all to up our understanding, love for each other. Hope your day was as good as mine. With these wishes I post this for you all.

Happy Birthday Wish for You

Tera Mera Satha Rahe

Happy Birthday 2019 Sudhanshu

Nothing says “I love you” better than one of my best happy birthday wishes for my husband Sudhanshu, which is imminent. We have been married for the last 50 years and he knows me more than any other person in this earth. He is my best friend, lover, and one who completes my soul. We are there for each other in good and bad times. As an 18-year-old after marrying him, I left Puri, Odisha to make a new life for myself. I had no concept what marriage can bring to me and how it will change my life. All I knew is that I will able to go to college since he promised that to my sister, who also happens to be his sister-in-law. I trusted my fate and thought that my father knows the best for me and so also my husband will be.

We had two children in Mumbai and I got comfortable taking care of Sudhanshu and my Children at home. I never forgot to continue my studies, which I started doing even before the children came to my life. Finally, I graduated with B.A. (Honors) with Economics. Then Sudhanshu decided to come to USA. After six months I followed him and came to Chicago, Illinois where he had a job. With limited money and resource, he always thought of me and our children. He got a small house in the suburbs so our children can enjoy having a yard, rather than staying in a sky-rise apartment. The community college was close by and so I pursued my education and get a job.

Birthday comes once a year and I want to tell him how amazing he is who never ceases to surprise me till this day. I have always received respect and equality from him. My life would not be the same without him. So I post this saying here to you! Your kindness, your strength, brilliance and your everlasting Charm-I love you so much. Have a great birthday.

Tare hai barati Chandni hai barat. Que sera, sera.

Jeevan Sathi

Moonmoon from Mumbai

Today’s post is a gift from no one but my dear niece, friend Moonmoon from Mumbai. The tribute song is also chosen by her to match the post. The thought of this post started by a conversation with her about me and my marriage.

Hey my chirpy chatterbox aunty, did you have a love marriage? Was uncle your Prince Charming, and you his Cinderella??How did you both meet? Isn’t uncle a wee bit elder to you in age? You had told me that you were a good student and wanted to study, then how come you got married at 18? Did uncle promise your sister that you could continue your studies?? All these question came from Moonmoon which compelled me to think about the day when my marriage was fixed with Sudhanshu.

I knew that it was a crisp April day when proposal came for my marriage. My dad told my sister that two brides for two brothers, that too of the same family?? It’s something unusual in Odisha, in our family and it’s considered inauspicious too!! But as Doris Day had once sung…”Que Sera Sera, whatever will be will be”, the future’s not ours to see, Que Sera Sera…!!in the same way, destiny interlude in the form of my brother in law, and sister who ensured that I did marry into the same family, as they felt, I had it in me to adjust anywhere and everywhere…!! This way me, the bride…Sudhanshu, the bridegroom, crossed our paths in the most clandestine manner, and the rest is history

It seemed like a fairy tale story and someone wrote my name there to be with him. My sister and brother in law started their family with very limited income and did not want me to have the same experience.

As a to be bride, I felt like a child, apprehensive about the future, yet eager to taste the fruit, and to add fuel to fire albeit in a positive way, my would be brother in law’s words rang in my ear, Chandu can adjust anywhere, she has quality like salt which can mix with any food and enhance its taste. That is what my brother in law told Sudhanshu when my marriage proposal came Sudhanshu asked his opinion. My sister requested him that if possible let her finish college since that is what was my dream. Casually foreign returned educated Sudhansu answered my sister that why not if she chooses to study. Thus started my journey to become Mrs. Chandra Misra leaving my Saptapthy last name and Chandra mani first name.

Within few days my life took a different turn and I became the bride. My Jeevan Sathi (life partner) is Diya to my Bati….my provider, protector, lover and above all my husband in every sense of the term😊

Today that I finish college and completed 50 years of our married life I wish I thank my brother in law who made it possible for me to have this life. His one sentence to my his brother made a mark in my life.

I wish that my dear brother in law were alive to see how his brother kept the word…and Chandu who was salt according to him, did so well in life…I owe him big time…may his soul rest in peace. Posting a picture of my sister , brother in law and us for you all where you can see how all the girls left me alone and went to see Sudhanshu when he entered as a bridegroom to our Pathuria Sahi, Puri home.